background cover of music playing
Sefali - Kuldeep Pattnaik

Sefali

Kuldeep Pattnaik

00:00

05:27

Song Introduction

କୁଲଦୀପ ପଟ୍ଟନାୟକଙ୍କ ନୂତନ ଗୀତ 'ସେଫାଲି' ଓଡ଼ିଆ ସଙ୍ଗୀତକୁ ନୂତନ ଦିଗରୁ ଆଲୋକିତ କରିଛି। ଏହି ଗୀତରେ ସୁର ଓ ସାଗରଗାର ଲୟମୟ ମଧୁରତାର ସମନ୍ୱୟ ଦେଖାଯାଉଛି, ଯାହା ସୁନ୍ଦର ଭାବନାବାହୁଳ୍ୟ କୁ ବ୍ୟକ୍ତ କରେ। 'ସେଫାଲି' ଗୀତଟି ଶୁଣିଥିବା ସମସ୍ତଙ୍କର ମନକୁ ଅତ୍ୟଧିକ ସ୍ପର୍ଶ କରିଛି ଏବଂ ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ ଏହାକୁ ଅତିରିକ୍ତ ପସନ୍ଦ କରାଯାଉଛି। କୁଲଦୀପଙ୍କର ସ୍ୱରର ସୁନ୍ଦର ମେଳ ଏବଂ ଗୀତର ଅର୍ଥପୂର୍ଣ୍ଣ କଥା ଏହି ଗୀତକୁ ଅତ୍ୟନ୍ତ ଲୋକପ୍ରିୟ କରିଛି।

Similar recommendations

Lyric

ତୋ ଗଳିର ସେପାଖେ ଶେଫାଳି ଫୁଟିଲେ, ମୋ ଗଳିରେ ଆସି ବାସେ

ଅଳସି ପ୍ରିୟା ମୋ ଅଳସ ଭାଙ୍ଗିଲେ, ମୋ ପୃଥିବୀ ଟିକେ ଝଲସି ଉଠେ

ତୋ ଗଳିର ସେପାଖେ ଶେଫାଳି ଫୁଟିଲେ, ମୋ ଗଳିରେ ଆସି ବାସେ

ଅଳସି ପ୍ରିୟା ମୋ ଅଳସ ଭାଙ୍ଗିଲେ, ମୋ ପୃଥିବୀ ଟିକେ ଝଲସି ଉଠେ

ଲାଜରେ ଆଖି ନୁଆଁଇ, ଧିରେ-ଧିରେ ଚାଲେ ଖାଲି

ଦୁନିଆଁ ଗଲେ ରେ ଯାଉ, ଟିକିଏ ଇର୍ଷାରେ ଜଳି

ତୁ ପାଖେ ଥିଲେ ମୋର ମନ କିଛି ତ ଚାହେଁନା

ରଙ୍ଗ ଏତେ କାଇଁ ଢ଼ାଳିଲୁ? ମୁଁ ସେ ରଙ୍ଗରେ ଆଜି ତ ଓଦା

ଯେତେ ପ୍ରେମ କଲେ କାହିଁକି ସବୁ ଲାଗେ ରେ ଆଜି ଅଧାଅଧା?

ରଙ୍ଗ ଏତେ କାଇଁ ଢ଼ାଳିଲୁ? ମୁଁ ସେ ରଙ୍ଗରେ ଆଜି ତ ଓଦା

ଯେତେ ପ୍ରେମ କଲେ କାହିଁକି ସବୁ ଲାଗେ ରେ ଆଜି ଅଧା-ଅଧା?

ହରିଣୀ ଚାହାଣି ତୋର, ନିଦକୁ କରିଛି ଚୋରି

ଲାଗୁଛି ଏମିତି କାଇଁ? ପ୍ରେମରେ ଯିବି ମୁଁ ମରି

ତୁ ପାଖେ ଥିଲେ ମୋର ଏ ମନ କିଛି ବୁଝେନା

ଭଲ ଏତେ କାଇଁ ପାଇଲୁ? ମୁଁ ଘୁରି ବୁଲେ ତୋ ଘର ପାଖେ

ସଜ ଏତେ କାଇଁ ହଉ ରେ? ତତେ ଦେଖିବାକୁ ଏ ଆଖି ଥକେ

ଭଲ ଏତେ କାଇଁ ପାଇଲୁ? ମୁଁ ଘୁରି ବୁଲେ ତୋ ଘର ପାଖେ

ସଜ ଏତେ କାଇଁ ହଉ ରେ? ତତେ ଦେଖିବାକୁ ଏ ଆଖି ଥକେ

ଦୁଆର ସେପାଖେ ରହି, ଯେବେ ତତେ ଦିଏ ଚାହିଁ

ଏମିତି କାହିଁକି ଲାଗେ? ସବୁ କିଛି ଯାଏ ପାଇ

ତୁ ପାଖେ ଥିଲେ ମୋର ମନ କିଛି ତ ମାଗେନା

- It's already the end -