background cover of music playing
Ae Bodhe Prema - Sandeep Panda

Ae Bodhe Prema

Sandeep Panda

00:00

05:16

Similar recommendations

Lyric

ଆଖିରୁ କଜଳ ଲିଭିଗଲା ପରେ

କଥା କହୁ ବେଶି କାଇଁ ତୁ ଆଖିରେ?

ଆଖିରୁ କଜଳ ଲିଭିଗଲା ପରେ

କଥା କହୁ ବେଶି କାଇଁ ତୁ ଆଖିରେ?

ଓଠରୁ ଗୋଲାପୀ ସରିଗଲା ପରେ

ଲାଗେ ଲୁଚିଛି ସୁରୁଜ ଆଜି ବାଦଲରେ

ଆଖିରେ ଅଛି ଖାଲି ତୁମ ଛବି

ଆଖିରେ ଅଛି ଖାଲି ତୁମ ଛବି

ନାଁ ଅଛି ଓଠେ ତୁମରି

ଏଇ ବୋଧେ ପ୍ରେମ, ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ, ଏଇ ବୋଧେ ପ୍ରେମ

ଆସିଥିଲି ସେ ରାତି ଭେଟିବାକୁ ତୁମକୁ

ଦେଖା ହେଲାନାହିଁ କାହିଁ ସେ ରାତି?

ତୁମେ ପଚାରିବ ନିଜକୁ

ଆସିଥିଲି ସେ ରାତି ଭେଟିବାକୁ ତୁମକୁ

ଦେଖା ହେଲାନାହିଁ କାହିଁ ସେ ରାତି?

ତୁମେ ପଚାରିବ ନିଜକୁ

ଯଦି ଜହ୍ନରାତିରେ ଦେଖା ହୁଏ

ହଁ, ଯଦି ଜହ୍ନରାତିରେ ଦେଖା ହୁଏ

ସେ ଜହ୍ନବି ଉପରୁ ଇର୍ଷା କରେ

ଏଇ ବୋଧେ ପ୍ରେମ, ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ, ଏଇ ବୋଧେ ପ୍ରେମ

ଥିରିଥିରି ପଛେ ଆସି ଚମକେଇ ଦେଇଯାଏ

ହେଲେ ଆସି ଆଗେ କେବେ କଥା ହେଇଗଲେ

ଲାଜରେ ମୁରୁକି ହସେ

ଥିରିଥିରି ପଛେ ଆସି ଚମକେଇ ଦେଇଯାଏ

ହେଲେ ଆସି ଆଗେ କେବେ କଥା ହେଇଗଲେ

ଲାଜରେ ମୁରୁକି ହସେ

ତମେ ମେଘ ପରି ଆସି ଛୁଇଁଦେଲେ

ହଁ, ତମେ ମେଘ ପରି ଆସି ଛୁଇଁଦେଲେ

ମୋ ମନର ମୟୂରୀ ନାଚି ଖେଳେ

ଏଇ ବୋଧେ ପ୍ରେମ, ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ, ଏଇ ବୋଧେ ପ୍ରେମ

- It's already the end -