background cover of music playing
Ahe Nila Saila - Kuldeep Pattnaik

Ahe Nila Saila

Kuldeep Pattnaik

00:00

03:31

Similar recommendations

Lyric

ଆହେ ନୀଳ ଶଇଳ, ପ୍ରବଳ ମତ୍ତ ବାରଣ

ପ୍ରବଳ ମତ୍ତ ବାରଣ

ମୋ ଆରତ ନଳିନୀ ବନକୁ କର ଦଳନ

ଆହେ ନୀଳ ଶଇଳ

ଗଜରାଜ ଚିନ୍ତା କଲା, ଥାଇ ଘୋର ଜଳେଣ

ଗଜରାଜ ଚିନ୍ତା କଲା, ଥାଇ ଘୋର ଜଳେଣ

ଚକ୍ର ପେଷି ନକ୍ର ନାଶି, ଉଦ୍ଧାରିଲେ ଆପଣ

ଆହେ ନୀଳ ଶଇଳ

କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ

କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ

କୋଟି ବସ୍ତ୍ର ଦେଇ ହେଳେ ଲଜ୍ୟା କଲ ବାରଣ

ଆହେ ନୀଳ ଶଇଳ

କହେ ସାଲବେଗ ହୀନ, "ଜାତିରେ ମୁଁ ଯବନ"

କହେ ସାଲବେଗ ହୀନ, "ଜାତିରେ ମୁଁ ଯବନ"

ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ

ଆହେ ନୀଳ ଶଇଳ

- It's already the end -