00:00
05:00
ଆ' ଥରେ, ତୁ କେବେ ଆ' ଥରେ
ମୋ ସ୍ବପ୍ନ ସାଥେ ପରିଚିତ କରେଇବି ତତେ
♪
ଓ, ଆ' ଥରେ, ହଁ କେବେ ଆ' ଥରେ
ତୁ ଆପେ-ଆପେ ବୁଝିଯିବୁ ଭଲପାଏ କେତେ
ଲାଜ-ଲାଜ ତୋ ମୁହଁରେ, ବାହାନାରେ ଦେବି ଥରେ
ମୁଁ ଗୋଲାପୀର ଜାଗାଟେ ଆଙ୍କି
ମନର ମଲାଟରେ ତୋ ନାଁକୁ ମୁଁ ଲେଖି
ଏବେ-ଏବେ ପ୍ରେମ ଗଲି ଶିଖି
ମନର ମଲାଟରେ ତୋ ନାଁକୁ ମୁଁ ଲେଖି
ଏବେ-ଏବେ ପ୍ରେମ ଗଲି ଶିଖି
ଆ' ଥରେ, ତୁ କେବେ ଆ' ଥରେ
ତୋ ଦୁନିଆକୁ ପାଛଟି ନେ ହାତ ଧରି ମତେ
ହଁ, ଆ' ଥରେ, ତୁ କେବେ ଆ' ଥରେ
ମୁଁ ଯୋଡ଼ିଦେବି ମୋ ଖୁସିକୁ ତୋ ଖୁସି ସାଥେ
ସଜ-ସଜ ସକାଳରେ, ନିଦ ଭଙ୍ଗା ମୋ ଆଖିରେ
ତୋ ଚେହେରା ତୁ ପାରିବୁ ଦେଖି
ମନର ମଲାଟରେ ତୋ ନାଁକୁ ମୁଁ ଲେଖି
ଏବେ-ଏବେ ପ୍ରେମ ଗଲି ଶିଖି
ମନର ମଲାଟରେ ତୋ ନାଁକୁ ମୁଁ ଲେଖି
ଏବେ-ଏବେ ପ୍ରେମ ଗଲି ଶିଖି
♪
ତୁ ମୋର ଏମିତିକା ଗୋପନ ସମ୍ପଦ
ଆଗମନେ ତୋର ସତେ ହଜିଲା ନିଦ
ମୋ ପାଇଁ ଦେଖି ତୋର ମନରେ ଦରଦ
ମନ କଥା କହିବାକୁ ପାଏ ନାହିଁ ଶବ୍ଦ
ହାଁ, ଅନାବନା ଭାବନାରେ କେତେ ଆଉ ହଜିବି ରେ?
ଆ' ବାହୁରେ ଦେବି ମୁଁ ଢାଙ୍କି
ମନର ମଲାଟରେ ତୋ ନାଁକୁ ମୁଁ ଲେଖି
ଏବେ-ଏବେ ପ୍ରେମ ଗଲି ଶିଖି
ମନର ମଲାଟରେ ତୋ ନାଁକୁ ମୁଁ ଲେଖି
ଏବେ-ଏବେ ପ୍ରେମ ଗଲି ଶିଖି
♪
ତୋ ଛୁଆଁ କରିଦେଲା କାଚକୁ କାଞ୍ଚଣ
ଅଜାଣତେ ମାନିନେଲି ତତେ ଜୀବନ
ତୋ'ପାଇଁ ଦୁଇ-ଗୁଣ ଚାଲେ ଏ ସ୍ପନ୍ଦନ
ଆକାଶର ଛାତିସାରା ଅବିର-ଚିହ୍ନ
ହଁ, ଏତେ ପ୍ରେମ ଦେଲୁ କାଇଁ ରଖିବାକୁ? ଜାଗା ନାଇଁ
ମୋ ଗୋପନରେ ଗଲିଣି ବିକି
ମନର ମଲାଟରେ ତୋ ନାଁକୁ ମୁଁ ଲେଖି
ଏବେ-ଏବେ ପ୍ରେମ ଗଲି ଶିଖି
ମନର ମଲାଟରେ ତୋ ନାଁକୁ ମୁଁ ଲେଖି
ଏବେ-ଏବେ ପ୍ରେମ ଗଲି ଶିଖି